ଚମ୍ପୁଆ: ସୋୟାବାଲି ଜଙ୍ଗଲ ରାସ୍ତାରେ ବୋଲେରୋ ଧକ୍କାରେ ବାଇକ ଚାଳକ ଆହତ
ବଡବିଲ ଥାନା ଅନ୍ତର୍ଗତ ସୋୟାବାଲି ଜଙ୍ଗଲ ରାସ୍ତାରେ ଆଜି ଦୃତ ଗତିରେ ଯାଉଥିବା ଏକ ବୋଲେରୋ ବାଇକକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ ଛିଟିକି ଯାଇ ଏକ ଗଛରେ ଝୁଲି ରହିଥିବା ବେଳେ ଏହାର ଚାଳକ ଆହତ ହୋଇଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇଥିବା ବେଳେ ବୋଲେରୋ ଡ୍ରାଇଭର ଫେରାର ଥିବା ସୂଚନା ରହିଛି।