କେନ୍ଦୁଝର ସହର: ଭାଲୁପାହାଡ଼ି ନିକଟରେ ମହିଳା ବନରକ୍ଷୀଙ୍କୁ ଦୁର୍ବ୍ୟବହାର ସହ ଟ୍ରାକ୍ଟର ନେଇଗଲେ ବାଲି ମାଫିଆ
ଅଟେଇ ରିଜର୍ଭ ଫରେଷ୍ଟ ଭିତରେ ଥିବା ନଦୀ କୂଳରୁ ଚୋରା ବାଲି ଉତ୍ତୋଳନ ବେଳେ ଖବର ପାଇ ବନବିଭାଗ ରେଞ୍ଜ ଅଫିସର ବନବିହାରି ସର୍ଦ୍ଦାର ପାଟଣା ବିଟରେ କାର୍ଯ୍ୟରତ ବନରକ୍ଷୀ ଦେବଜାନୀ ମହନ୍ତଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଦେବଜାନୀ ଏହି ଟ୍ରାକ୍ଟରର ପିଛାକରି ଅପରାହ୍ନ ସମୟରେ ଜଣେ ସ୍କ୍ୱାର୍ଡ଼ ମେମ୍ବରଙ୍କୁ ସାଙ୍ଗରେ ଧରି ପିଛଲାବେଡା ଗ୍ରାମର ଭାଲୁପାହାଡ଼ି ସାହି ନିକଟରେ ଟ୍ରାକ୍ଟରକୁ ଅଟକାଇ ଥିଲେ।