ଦେବଗଡ ପୌରାଂଚଳରେ ସ୍ଥାନୀୟ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ଛାତ୍ର ମାନଙ୍କ ଦ୍ୱାରା ଆଜି ଦିନ ୧୦ ଟାରେ ଶକ୍ତି ସଂରକ୍ଷଣ ସମ୍ପର୍କୀତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୪ ତାରିଖ ଦିନ ପାଳିତ ହେବାକୁ ଥିବା ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଆଜିର ଏହି ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ସତ୍ୟପ୍ରକାଶ ମିଶ୍ର ଓ ବିନୋରୀ ଚରଣ ରାଉତଙ୍କ ତତ୍ୱାବଧାବରେ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟର ଶକ୍ତି କ୍ଲବର ଛାତ୍ର ମାନେ ହାତରେ ବ୍ୟାନର ପ୍ଲାକାର୍ଡ ଧରି ବିଦ୍ୟାଳୟ ସମ୍ମୁଖରୁ ବିଭିନ୍ନ ସ୍ଲୋଗାନ ସହିତ ନଗର ପରିକ୍ରମା କରିଥିଲେ ।