ସୁନ୍ଦରଗଡ ସହର: ତୋଡାଲଗା ନିକଟ ବିଜୁ ଏକ୍ସପ୍ରେସ ୱେରେ ଆଜି ଭୋର ରେ ଦଳଦଳ ହାତୀ ଚାଲୁଥିବା ଦୃଶ୍ୟ ହେଲା ଭାଇରାଲ୍
ଆଜି ସେପ୍ଟେମ୍ୱର 15 ତାରିଖ ସୋମବାର ମଧ୍ୟ ରାତ୍ରି ରାତି ପ୍ରାୟ 2 ଟା ଠାରୁ ସକାଳ ହେବା ପର୍ଯ୍ୟନ୍ତ ତୋଡା ଲଗା ବାସୀଙ୍କ ନିଦ ହଜାଇ ଥିଲେ ହାତୀ ପଲ। ଛୁଆ ଠାରୁ ବଡ଼ ପର୍ଯ୍ୟନ୍ତ ପ୍ରାୟ 45 ଟି ହାତୀ ଏକ ଥରେ ତୋଡ଼ାଳଗା ଗାଁକୁ ଘେରି ରହିଥିଲେ। ସତେ ଅବା ଗାଁକୁ ହାତୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ହାତୀଙ୍କ ଏହି ଉପସ୍ଥିତି ଜଙ୍ଗଲ ପାଇଁ ଶୁଭଂକର ହୋଇଥିବା ବେଳେ ଜନମାନସ ପାଇଁ ଏକ ସାଙ୍ଘାତିକ ବିପଦର ସଂକେତ। ଲୋକଙ୍କ ଜୀବନ ପାଇଁ ଏମାନଙ୍କ ଉପସ୍ଥିତି ଆଦୌ ଗ୍ରହଣୀୟ ନୁହେଁ। ତେବେ ଏମାନେ ଆଜି ଭୋର 4 ଟା ସମୟ ପାଖାପାଖି ତୋଡାଲଗା ଗାଁ ଛାଡ଼ି ରାଜ୍ୟ ରାଜପଥ - 10 ବିଜୁ