ବଡ଼ସାହି ବଜାରରେ ଚେକିଂ ସମୟରେ ଗୁରୁବାର ରାତି ଏଗାରଟାରେ ଦୁଇଜଣ ମଦ୍ୟପ ଗାଡି ଚାଳକଙ୍କୁ ଧରିବା ସହିତ ପୃଥକ ମାମଲା ରୁଜୁକରି ଦୁଇଟି ବାଇକ ଜବତ କଲା ପୁଲିସ l ସୂଚନା ମୁତାବକ ବଡ଼ସାହି ପୁଲିସ ପେଟ୍ରୋଲିଙ୍ଗ ଟିମ ବଡ଼ସାହି ବଜାରରେ ଚେକିଂ କରୁଥିବା ସନ୍ଦେହରେ ଗୁହାଳଡ଼ିହି କଉଡ଼ିଖଣି ଗ୍ରାମର ସ୍ୱର୍ଗତ ଶେଖ ହାକିମର ପୁଅ ଶେଖ ରକିମ ଏବଂ କେନ୍ଦୁଡିହା ଗ୍ରାମର ବିଶ୍ୱନାଥ ମହାନ୍ତଙ୍କ ପୁଅ ଜଗନ୍ନାଥ ମହାନ୍ତଙ୍କୁ ଅଟକାଇ ଯାଞ୍ଚ କରିଥିଲେ l