ବଡସାହି: ଆଗ୍ରିଆ ରେଳଫାଟକରେ ଟ୍ରେନଧକ୍କାରେ ଦନ୍ତାହାତୀର ମୃତ୍ୟୁରେ କ୍ରେନ ସହାୟତାରେ ମୃତଦେହ ଜବତକରି ଶଵ ବ୍ୟବଛେଦ କରାଇଲା ବନବିଭାଗ
ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ରେଳଫାଟକରେ ରେଳଧାରଣା ଅତିକ୍ରମ ସମୟରେ ଶନିବାର ରାତି ଟ୍ରେନ ଧକ୍କାରେ ବିଶାଳ ଦନ୍ତାହାତୀର ମୃତ୍ୟୁ ଘଟଣାରେ ରବିବାର ମାମଲା ରୁଜୁକରି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଯୁଗ୍ମ ତଦନ୍ତ ପୂର୍ବକ ରବିବାର ଅପରାହ୍ନ ଦୁଇଟାରେ ମଞ୍ଚାବନ୍ଧା ଜଙ୍ଗଲରେ ଶଵ ବ୍ୟବଚ୍ଛେଦ କରାଇବା ପରେ ମୃତଦେହ ମାଟିରେ ପୋତିଲା ବନବିଭାଗ l ଗୋଠଛଡା ଦନ୍ତାହାତୀ ବିଚରଣ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା l