କୋରାପୁଟ ସହର: ପୌର ପରିଷଦର ୱାର୍ଡ଼ ନଂ ୩ ଓ ୨ କୁ ସଂଯୋଗ କରୁଥିବା ରାସ୍ତାରେ ଖୋଲିଲା ଫୁଡ ଜୋନ , ସ୍ଥିତି ଅନୁଧ୍ୟାନ କଲେ ଚେୟାରମେନ
କୋରାପୁଟ ପୌର ପରିଷଦ ଦ୍ବାରା ୱାର୍ଡ଼ ନଂ ୩ ଓ ୨ କୁ ସଂଯୋଗ କରୁଥିବା ରାସ୍ତାରେ ଫୁଡ ଜୋନ ଖୋଲା ଯାଇଛି। ମଙ୍ଗଳବାର ଠାରୁ ନିୟମିତ ଭାବରେ ନୂତନ ଫୁଡ୍ ଜୋନରେ ଉଠା ଦୋକାନୀ ବ୍ୟବସାୟ କରିବେ । ନୂତନ ଫୁଡ୍ ଜୋନରେ ସମସ୍ତ ବ୍ୟବସ୍ଥା ସହ ଆଲୋକୀକରଣ, ପାନୀୟ ଜଳ ବ୍ୟବସ୍ଥା,ଯୋଗାଇବ ପୌର ପରିଷଦ। ମଙ୍ଗଳବାର କୋରାପୁଟ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ ସହ ନିର୍ବାହୀ ଅଧିକାରୀ ଜ୍ଞାନଜୀତ ତ୍ରୀପାଠୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପରିମଳ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।