ବଡସାହି: ବାଛୁରୀପଡା ଓ ଖୁଣ୍ଟାପୁର ଠାରେ ମା'ଦୁର୍ଗାଙ୍କ ପୂଜା ପେଣ୍ଡାଲ ପରିଦର୍ଶନକରି ପୂଜାର୍ଚନା କଲେ ଲୋକପ୍ରିୟ ବିଧାୟକ ସନାତନ ବିଜୁଳି
ବୈଶିଙ୍ଗାଥାନା ଅଧୀନ ବାଛୁରୀପଡା ଏବଂ ଖୁଣ୍ଟାପୁରରେ ଚାଲିଥିବା ମା'ଦୁର୍ଗାଙ୍କ ଶାରଦୀୟପୂଜାର ପବିତ୍ର ମହାଷ୍ଟମୀ ଅବସରରେ ମଙ୍ଗଳବାର ଅପରାହ୍ନ ୩ଟାରେ ପୂଜାପେଣ୍ଡାଲ ପରିଦର୍ଶନକରି ମା' ଦୁର୍ଗାଙ୍କୁ ପୂଜାର୍ଚନା ପୂର୍ବକ ଆୟୋଜକ କମିଟି ସହିତ ଆଲୋଚନା କଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ବାଛୁରୀପଡା ଓ ଖୁଣ୍ଟାପୁରରେ ଜୋରଦାର ଦୁର୍ଗାପୂଜାର ଆୟୋଜନ କରାଯାଇଥିବା ବେଳେ ଏଥିରେ ଶତାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା l