ଗୁରୁବାର ସନ୍ଧ୍ୟା ପ୍ରାୟ ଛଅଟା ସମୟରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ବୁଧିପଡ଼ା ଛକରୁ ମଦ ବେପାରୀ ଗିରଫ ହୋଇଛି। ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ଅତ୍ୟଧିକ ଚୋରା ମଦ ବେପାର ନେଇ ଅଭିଯୋଗ ହୋଇ ଆସୁଥିଲା । ହେଲେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବୁଧିପଡ଼ା ଛକରେ ଜଣେ ଚୋରା ମଦ ବେପାରୀକୁ କାବୁ କରିବା ସହ ବିପୁଳ ମଦ ସହ ଏକ ବାଇକ ଜବତ କରିଥିବା ଜଣାପଡିଛି।