ବଡସାହି: ଦଲକିଶୋଳ ଶାଳଜଙ୍ଗଲରେ ଥିବା ଚୋରା ଦେଶିମଦ କାରଖାନା ଉପରେ ବଡସାହି ପୁଲିସର ଚଢାଉ, ମହୁଲପୋଚ, ରନ୍ଧାମଦ ଓ ସରଞ୍ଜାମ ଜବତପରେ ନଷ୍ଟ, ଜଣେ ଗିରଫ
ବଡ଼ସାହି ଥାନା ଅଧୀନ ଦଲକିଶୋଳ ଜଙ୍ଗଲରେ ଶନିବାର ଅପରାହ୍ନ ଚାରିଟାରେ ଚଢାଉକରି ବିପୁଳ ପରିମାଣର ମହୁଲପୋଚ ଏବଂ ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ ପୂର୍ବକ ନଷ୍ଟ କଲା ବଡ଼ସାହି ପୁଲିସ l ସୂଚନା ମୁତାବକ ଦଲକିଶୋଳ ଶାଳ ଜଙ୍ଗଲରେ ଅସ୍ଥାୟୀଘର ନିର୍ମାଣକରି ଚୋରା ଦେଶିମଦ କାରଖାନା ଚାଲିଥିବା ବାବଦରେ ଖବରପାଇ ବଡ଼ସାହି ପୁଲିସ ଟିମ ଦଲକିଶୋଳ ଜଙ୍ଗଲରେ ଅତର୍କିତ ଚଢାଉ କରିଥିଲେ l