ଚୌଦ୍ବାର: ଜମାଲପୁର ଗ୍ରାମର କେନ୍ଦ୍ରାପଡା କେନାଲ ପାଖରୁ ରକ୍ତାକ୍ତ ଅବସ୍ଥାରେ ମହିଳା ଉଦ୍ଧାର
କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଜମାଲପୁର ଗ୍ରାମର କେନ୍ଦ୍ରାପଡା କେନାଲ ପାଖରୁ ସୋମବାର ଅପରାହ୍ନ ରେ ସ୍ଥାନୀୟ ଲୋକ ଜଣେ ମହିଳା କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତି କରିଥିଲେ ।ଅତି ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଇଛି। ଉଦ୍ଧାର କରିଥିବା ମହିଳା ହେଲେ ଗାୟତ୍ରୀ ଜେନା l ଗାୟତ୍ରୀ ଏ ଭଳି ଗୁରୁତର ହୋଇଛନ୍ତି ସେ କଥାବାର୍ତ୍ତା କରି ପାରୁନାହାନ୍ତି। ତାଙ୍କର ଏ ଭଳି ଅବସ୍ଥା ତାଙ୍କ ବାପା କରିଛି ବୋଲି ହାତ ଠାରି ପ୍ରକାଶ କରିଛନ୍ତି ଜଗତ ପୁର ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି