ଗୁରୁବାର ୨୫ ଡିସେମ୍ବର । ଖ୍ରୀଷ୍ଟ ମାସ ଡେ । କୁର୍ଲ୍ଲପଡ ପଡା ମିଶନ ପରିସରରେ ମହା ସମାରୋହର ସହିତ ପାଳନ କରାଯାଇଛି । ନ୍ୟୁ ଲାଇଫ ମିଶନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସିଆନି ହର୍ପାଲ ଏବଂ ଅଧ୍ଯକ୍ଷା ସୁଫାଲା ନିଆଲଙ୍କ ନେତୃତ୍ବରେ ଏହି ଖ୍ରୀଷ୍ଟ ମାସ ଡେ ପାଳନ କରାଯାଇଥିଲା । ଏଥିରେ ତୈଳ ଗ୍ୟାସ ଭାରତର ଅବସରପ୍ରାପ୍ତ ମେନେଜର ବିକାଶ ସମାଦେର ଯୋଗ ଦେଇ ଯୀଶୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସ୍ଵତନ୍ତ୍ର ଅତିଥି ଭାବେ କେସିଙ୍ଗା ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଯୋଗ ଦେଇଥିଲେ।