ଘସିପୁରା: ଶଢ଼ା ଓ ଢେଙ୍କା ଅଞ୍ଚଳର ଟ୍ରକ ମାଲିକ ମାନେ ବିଭିନ୍ନ ଦାବିରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଗାଡି କରି ଋଣ ଭାରରେ ବୁଡିଗଲୁଣି,ଶୁଣୁ ନାହାନ୍ତି ପ୍ରଶାସନିକ ଅଧିକାରୀ,ଏଥର ରାଜରାସ୍ତାରେ ବସିବୁ ! ଏଭଳି ଏକ ଗୁରୁତ୍ୱପୂର୍ଣ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ବଉଳା ଟ୍ରକ ଓନରସ ଆସୋସିଏସନ ସେକ୍ରେଟେରୀ ସୋମନାଥ ଦାସଙ୍କ ବିରୋଧରେ ! କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶଢା ଓ ଢେଙ୍କା ପଞ୍ଚାୟତର ଟ୍ରକ ମଳିକ ମାନଙ୍କୁ ଚାରି ମାସ ହେବ ଲୋଡିଂରୁ ଉପେକ୍ଷା କରାଯାଉଛି ! ଦୁଇ ହଜାର ଦୁଇ ମସିହାରୁ ଶଢା ଓ ଢେଙ୍କା ପଞ୍ଚାୟତ ଟ୍ରକ ମଳିକ ମାନେ ଟ୍ରକ ଆସୋସିଏସନ ସହିତ ଜଡିତ ଅଛନ୍ତି