ବଡସାହି: ୧୮ନଂ ଜାତୀୟରାଜପଥ ବଗଲପୁର ଛକରେ ଚକ ଫାଟିଯିବାରୁ ଦ୍ରୁତଗାମୀ କାର ଦୁର୍ଘଟଣାଗ୍ରସ୍ତ
୧୮ନଂ ଜାତୀୟ ରାଜପଥ ବଗଲପୁର ଛକରେ ରବିବାର ଅପରାହ୍ନ ତିନିଟାରେ ଏକ ସଡ଼କ ଦୁର୍ଘଟଣାରେ ଜନୈକ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି l ସୂଚନା ମୁତାବକ ଓଡି -୦୧ଏଜେଡ-୫୧୩୫ନମ୍ବର ବିଶିଷ୍ଟ କାରଟି ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବଗଲପୁର ଠାରେ ରାସ୍ତା ପାର୍ଶ୍ଵ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଏଥିରେ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି l