ସୁନ୍ଦରଗଡ ସହର: କରମ ଡିହି ଓଭର ବ୍ରିଜ ଉପରେ ବୋଲେରୋ ଓ ଧକ୍କାରେ ବାଇକ ଆରୋହୀ ଗୁରୁତର
ଆଜି ସେପ୍ଟେମ୍ୱର 27 ତାରିଖ ଶନିବାର ରାତି 9:30 ପାଖାପାଖି ସମୟରେ ଏହି ଦୁର୍ଘଟଣା ଘଟିଛି। OD - 23M - 4747 ନମ୍ବର ବିଶିଷ୍ଟ ବୋଲେରୋ OD - 14 U - 9794 ନମ୍ବର ବିଶିଷ୍ଟ ବାଇକୁ ଧକ୍କା ଦେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ବାଇକ ଆରୋହୀଙ୍କ ଦୁଇଟି ଯାକ ଗୋଡ଼ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ସଦର ପୋଲିସକୁ ସୂଚନା ଦେଇଛନ୍ତି। ଦୁର୍ଘଟଣା ଘଟାଇବା ପରେ ବୋଲେରୋ ଥିବା ଯୁବକ ମାନେ ଫେରାର ମାରିଛନ୍ତି। ଅପରପକ୍ଷେ ବୋଲେରୋ ଗାଡ଼ିରେ ପୋଲିସ ଷ୍ଟିକର ଲାଗିଥିବା ଜଣା ପଡ଼ିଛି।