ଆସିକା: କର୍ପୁର ନୂଆଗାଁ ଗ୍ରାମ ନିକଟ ପୋଖରୀ ରେ ବୁଡି ଜଣେ ମୃତ
Asika, Ganjam | Oct 18, 2025 ଗଞ୍ଜାମ ଜିଲ୍ଲା ଆସିକା ଥାନା କର୍ପୁର ନୂଆଗାଁ ଗ୍ରାମ ଶେଷ ଭାଗରେ ଥିବା ପୋଖରୀରେ ବୁଡି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ସେହି ଗ୍ରାମର 65 ବର୍ଷୀୟ ସନ୍ୟାସୀ ଗୌଡ଼ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ସନ୍ୟାସୀ ଗ୍ରାମ ଶେଷ ଭାଗରେ ଥିବା ଗ୍ରାମଦେବତୀ ମନ୍ଦିର ପାଖ ପୋଖରୀ କୁ ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ପୋଖରୀରେ ବୁଡି ଯାଇଥିଲେ l ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଆଡେ ଖୋଜାଖୋଜି ପରେ ପୋଖରୀରେ ଭାସୁଥିବା ଦେଖି ଗ୍ରାମବାସୀ ଙ୍କ ସହାୟତରେ ଉଧାରକରୀ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l