ବଡସାହି: ୧୮ନଂ ଜାତୀୟରାଜପଥ ଛୁରୁଣୀଛକରେ ଭାରସାମ୍ୟ ହରାଇ ଟ୍ରକପଛରେ ପିଟିହେଲେ ମୋଟର ସାଇକେଲ, ଦୁଇଜଣଙ୍କ ଅବସ୍ଥା ଗୁରୁତର, ବାଇକ ଜବତକଲା ବେତନଟୀ ପୁଲିସ
୧୮ନଂ ଜାତୀୟରାଜପଥ ଛୁରୁଣୀଛକରେ ଗୁରୁବାର ଅପରାହ୍ନ ସାଢେ ତିନିଟାରେ ଏକ ଦ୍ରୁତଗାମୀ ବାଇକ ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟିହୋଇ ଯିବାରୁ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ୨ଜଣ ବାଇକ ଆରୋହୀ ହେଉଛନ୍ତି ବେତନଟୀ ପଞ୍ଚାୟତ ଅଧୀନ ମହୁଲିଆ ଉପକଣ୍ଠ ଶଗଡଭଙ୍ଗାର ଶରତଚନ୍ଦ୍ର ମହାନ୍ତଙ୍କ ପୁଅ ହରିଶ୍ଚନ୍ଦ୍ର ମହାନ୍ତ ଏବଂ ବଡ଼ସାହି ଥାନା କୋଚିଳାଖୁଣ୍ଟା ପଞ୍ଚାୟତ ଅଧୀନ ବାଘମରା ଗ୍ରାମର ଚୈତନ୍ୟ ଦାଶଙ୍କ ପୁଅ ପ୍ରଶାନ୍ତ ଦାଶ l