ବିଞ୍ଝାରପୁର: କୋପଣ୍ଡ ଗାଁ ପଡିଆରେ ଜିଲ୍ଲାର ବରିଷ୍ଠ ସିପିଆଇଏମ ନେତା ନିମାଇଁ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ
କୋପଣ୍ଡ ଗାଁ ପଡିଆରେ ଜିଲ୍ଲାର ବରିଷ୍ଠ ସିପିଆଇଏମ ନେତା ନିମାଇଁ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ l ଆଜି ହେଉଛି ବରିଷ୍ଠ ସିପିଆଇଏମ ନେତା ନିମାଇଁ ନୟାକ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ l ଏହି ଉତ୍ସବରେ ପୂର୍ବତନ ବିଧାୟକ ଶ୍ରୀ ଦାସ ଯୋଗଦେଇ ସ୍ବର୍ଗତ ଶ୍ରୀ ନାୟକଙ୍କ ଫଟଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ l