ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ମହିମା ଟାକ୍ସି ମାଲିକ କଲ୍ୟାଣ ସଂଘ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଓ ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଟାକ୍ସି ମାଲିକ କଲ୍ୟାଣ ସଂଘ ଆନୁକୂଲ୍ୟରେ ବିଶ୍ୱକର୍ମା ପୂଜା ଓ ଦୁଇ ଦିନ ବ୍ୟାପି ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି। ଆଜି ତା୧୮।୯ ରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବୁଧବାର ସକାଳ ୧୦ ଘଣ୍ଟା ସମୟରେ ବିଶ୍ୱକର୍ମା ପୃଜା ଆରମ୍ଭ ହୋଇ ପୁଷ୍ପାଞ୍ଜଳି ଦିଆଯାଇଥିଲା। ଅପରାହ୍ନ ୪ ଘଣ୍ଟା ସମୟରେ ଯୋରନ୍ଦା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ ନ୍ରୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।