ଆଜି 25 ଡ଼ିସେମ୍ବର ଗୁରୁବାର ସନ୍ଧ୍ୟା 7: 30ରୁ ଚଳ ଚଞ୍ଚଳ ହୋଇଛନ୍ତି ବିଜେଡି କର୍ମୀ। ଆସନ୍ତା କାଲି ପାଳିବେ ବିଜୁ ଜନତା ଦଳର 29 ତମ ପ୍ରତିଷ୍ଠା ଦିବସ। ଏହି କ୍ରମରେ ଆଜି ବିଜୁ ଜନତା ଦଳର କର୍ମୀ ଓ ଆଗ ଧାଡ଼ିର ନେତା ମାନେ ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ରାଣୀ ବଗିଚା ବାଇ ପାସ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ସଜାଇ ଛନ୍ତି। ଆସନ୍ତା କାଲି ପୂର୍ବାହ୍ନ 10: 30 ସମୟରେ ବିଜୁବାବୁଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ପ୍ରତିଷ୍ଠା ଦିବସ ପାଳିବେ।