ଆଜି ଜାନୁଆରୀ 4 ତାରିଖ ଅପରାହ୍ନ 2 ଟାରୁ 5 ମଧ୍ୟରେ 30 ଟି ଗାଡ଼ି ଡମ୍ପ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ରାତି ତମାମ ଏହି କାମ ଚାଲିବ ବୋଲି ସୂଚନା ପାଇବା ପରେ ସେମାନେ ହେମଗିର ଥାନା ଅଧିକାରୀଙ୍କୁ ସନ୍ଧ୍ୟା 5 ଟା ସମୟରେ ସୂଚନା ଦେଇଥିବା ଜଣା ପଡ଼ିଛି। ଏହି ସବୁ ପାଉଁଶ ସେମାନେ ରାସ୍ତା ଉପରେ, ରାସ୍ତା କଡ଼ରେ ଓ ଝାର ପଲମ ଗ୍ରାମ ପଞ୍ଚାୟତର ଲଟାପାଣି ଓ ଲେଙ୍ଗାଲ ପାଣିରେ ଆଜି ଡମ୍ପିଂ କରିଥିବା କଥା ସ୍ଥାନୀୟ ଲୋକେ କହିବା ସହ ପ୍ରାୟ ସମସ୍ତ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ତାର ଭିଡ଼ିଓ ଉତ୍ତୋଳନ କରି ପଠାଇ ଛନ୍ତି। ପାଉଁଶ ମାଫିଆ ମାନେ ପ୍ରଶାସନର ନାକ ତଳେ ଏହି କାମ କରୁଥିବ