ଚାନ୍ଦବାଲି ଅଞ୍ଚଳରୁ ଚଳିତ ମାସ ୧୦ ତାରିଖରେ ଏକ ବାଇକ ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା ବେଳେ ପୋଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ମଧ୍ୟାହ୍ନରେ ଦୁଇ ଲୁଟେରାଙ୍କୁ କାବୁ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ନୂଆଗାଁ ଯନ୍ତୁଆଲି ଗାଁର ସଂଜୟ ଜେନା ଓ ମତୋ ପାଟଣା ସାହିର ସୋରଜ କୁମାର ସୂତାର।