ଅନୁଗୋଳ: ତାଳଚେର ହିଙ୍ଗୁଳା ପୀଠରେ ହେଉଥିବା ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞରେ ଯୋଗ ଦେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ
Anugul, Angul | Nov 5, 2025 ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପୀଠରେ ପାଞ୍ଚ ଦିନ ଧରି ଶ୍ରୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହେଉଥିଲା। ଏହାର ଉଦଯାପନୀ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ବୁଧବାର ରାତି ଆଠଟା ବେଳେ ଯୋଗ ଦେଇଥିବା ସୂଚନା ମିଳିଛି।