ଆସିକା: ଆସିକା ମେଡିକାଲ କ୍ଵାଟର ଅଞ୍ଚଳରେ ଷଣ୍ଢ ଆତଙ୍କ,ଅଗ୍ନିଶମ ବାହିନୀ ପହଞ୍ଚି ଘଉଡ଼ାଇଲା ଷଣ୍ଢ
Asika, Ganjam | Sep 15, 2025 ଗଞ୍ଜାମ ଜିଲ୍ଲା ଆସିକା ସହର ରେ ଷଣ୍ଢ ଆତଙ୍କ l ଲୋକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରୁଛି ଷଣ୍ଢ l ଫଳରେ ଲୋକେ ଭୟଭୀତ ରହିଥିବା ବେଳେ ଆଜି ଦିନ ତମାମ ଷଣ୍ଢ ଟି ସହର ର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି l ଏହି ଷଣ୍ଢ ପଲ୍ଲୀ ନିକଟରେ ଦୁଇ ଜଣଙ୍କୁ ଆକ୍ରମଣ କରିବା ସହ ଆସିକା ଉପଖଣ୍ଡ ଚିକିତ୍ସାଳୟ କ୍ଵାଟର ପରିସର ରେ ପସି ଆତଙ୍କ ଖେଳାଇଛି l ଏହି ରାସ୍ତା ଦେଇ ଲୋକେ ଯିବା ଆସିବା କରିବାକୁ ଭୟ କରୁଥିବା ବେଳେ କିଛି ସମୟ ରାସ୍ତା ସୁନାଶନ ହୋଇଯାଇଥିଲା l