ପୋଡାଗଡ ଗ୍ରାମବାସୀଙ୍କର ଗୋରୁ ଗାଈ ଚରାଇ ପେଟ ପୋଷୁଥିଲେ ୬୬ ବର୍ଷିୟ ବୃଦ୍ଧ ଟିହିଙ୍କୁ ହେନ୍ତାଳ । ଦୁଇ ପୁଅଙ୍କ ମଧ୍ୟରୁ ବଡ ପୁଅବୋହୂ ମୃତ୍ୟୁବରଣ କରିବା ପରେ ଛଅ ଜଣ ନାତି ନାତୁଣୀ ଏବଂ ସ୍ତ୍ରୀଙ୍କ ଭୋକ ମେଣ୍ଟାଉଥିଲେ ଗ୍ରାମର ଗୋରୁ ଚରାଇ ଟିହିଙ୍କୁ ହେନ୍ତାଳ । ଗତକାଲି ବୁଧବାର ଠାରୁ ଟିହିଙ୍କୁ ହେନ୍ତାଳ ଜଙ୍ଗଲ ପାଖାପାଖି ଅଞ୍ଚଳକୁ ଗୋରୁ ଚରାଇ ଯାଇଥିବାବେଳେ ସନ୍ଧ୍ୟାରେ ଘରକୁ ଫେରି ନଥିଲେ । ସନ୍ଧ୍ୟା ପର ଠାରୁ ଗ୍ରାମବାସୀ ଖୋଜାଖୋଜି କରି ନିରାଶ ହେବାପରେ ଗୁରୁବାର ସକାଳ ୭ ଘଟିକା ସମୟରେ ଖୋଜାଖୋଜି କରିବା ବେଳେ ଟିହିଙ୍କୁ ହେନ୍ତାଳଙ୍କର ମୃତ ଦେହ ଏକ ବିଲରୁ ମିଳିଛି ।