:ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ଗ୍ରାମରେ ପ୍ରତିବର୍ଷ ପ୍ରଥମାଷ୍ଟମୀ ପର୍ବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି ଗ୍ରାମର ଯୁବ ପିଢି ।ଗାଁ ନିକଟରେ ଥିବା ୫୦୦ ଫୁଟ ଉଚ୍ଚ ଧନେଇ ପାହାଡ ଉପରକୁ ଚଢି ପ୍ରକୃତିର ଶୋଭା ଉପଭୋଗ କରିଥାନ୍ତି । ଲୋକକଥାନୁସାରେ ରାଜା ରାଜୁଡା ଅମଳରେ ପାହାଡ ଉପରେ ଥିବା ଗୁମ୍ପା ମଧ୍ଯ୍ଯରେ ପର୍ବତ ରାଣୀ ମା ଧନେଇ ବିରାଜ ମାନ କରୁଥିଲେ ,ପ୍ରଥମାଷ୍ଟମୀ ଅବସରରେ ମା'ଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା ସହ ମାଙ୍କୁ ନୂଆ ବସ୍ତ୍ର ଦାନ କଲେ ବିଶେଷ ପୂଣ୍ଯ ମିଳିଥାଏ ବୋଲି ବହୁ ଦିନରୁ ବିଶ୍ବାସ ରହିଛି।