ବୌଦ୍ଧ ସଦର: ବଲାସିଙ୍ଗା ଠାରେ 37 ତମ ନକ୍ ଆଉଟ୍ ଫୁଟବଲ କପକୁ ଉଦଘାଟନ କଲେ ଉପ ଜିଲ୍ଲାପାଳ
ରବିବାର ଅପରାନ୍ହ୍ 3.30 ମିନିଟ ସମୟରେ ବୌଦ୍ଧ ବ୍ଲକ ବଲାସିଙ୍ଗା ସାଲୁଙ୍କି ଫୁଟବଲ ପଡିଆ ଠାରେ ବାପୁଜୀ ଯୂଥ ଫୁଟବଲ ସଂଘ ବଲାସିଙ୍ଗା ଆନୁକୁଲ୍ୟରେ 37 ତମ ନକ୍ ଆଉଟ୍ ଫୁଟବଲ କପ ଉଦଘାଟିତ ହୋଇ ଯାଇଛି l ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ମୁଖ୍ୟ ଅତିଥି ଓ ତହସିଲଦାର ଅନୀତା କୁମାରୀ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ | ବାପୁଜୀ ଯୂଥ ଫୁଟବଲ ସଂଘର ସଭାପତି ଚମ୍ପେଶ୍ୱର ମହାକୁଡ, ସମ୍ପାଦକ ସଂଗ୍ରାମ ସାହୁ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ |