କୋରାପୁଟ ସହର: ପିଚୁ ରାସ୍ତା ନିର୍ମାଣ ପାଇଁ ମାନବାର ପଞ୍ଚାୟତର ୫ ଖଣ୍ଡ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
କୋରାପୁଟ ବ୍ଳକ ଦୟାନିଧିଗୁଡ଼ା ଛକ ଠାରୁ ଜେରଟି ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବି କରି କୋରାପୁଟ ବ୍ଲକ ମାନବାର ପଞ୍ଚାୟତର ୫ ଖଣ୍ଡ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆଜି ଅପରାହ୍ନ ୪ଟା ସମୟରେ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ସହ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଉପରୋକ୍ତ ୫ ଖଣ୍ଡ ଗ୍ରାମର ଲୋକେ ପ୍ରତିଦିନ ବିଭିନ୍ନ କାମରେ କୋରାପୁଟ ସହର ଉପରେ ନିର୍ଭର କରି ଥାଆନ୍ତି। ପିଲାଙ୍କ ପାଠ ପଢା ଠାରୁ ରୋଗୀ ଓ ଗର୍ଭବତୀ ମାନଙ୍କୁ ହସ୍ପିଟାଲ ନେବାକୁ ହେଲେ ଏହି ଗୋଟିଏ ରାସ୍ତା ରହିଛି