ସୋର: ଖନ୍ତାପଡ଼ା ଜାତୀୟ ରାଜପଥରେ ବାଇକ୍ ଦୁର୍ଘଟଣା, ଜଣଙ୍କ ମୃତ୍ୟୁ
Soro, Balasore | Oct 18, 2026 ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ରିଲାଇନ୍ସ ପେଟ୍ରୋଲ ପମ୍ପ ନିକଟରେ ଡିଭାଇଡରରେ ପିଟି ହୋଇ ଦୁଇଜଣ ଗୁରୁତର ହୋଇଥିଲେ। ମୃତକ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।