ବେତନଟୀ ଥାନାପକ୍ଷରୁ ଗରୁଡବସା ଠାରେ ଶୁକ୍ରବାର ରାତି ସାଢେ ଏଗାରଟାରେ ଚେକିଂ ସମୟରେ ମଦୁଆ ଗାଡିଚାଳକଙ୍କୁ ଧରିବା ସହିତ ମାମଲା ରୁଜୁକରି ମୋଟର ସାଇକେଲ ଜବତ କରାଯାଇଛି l ସୂଚନା ମୁତାବକ ବେତନଟୀ ପୁଲିସ ପେଟ୍ରୋଲିଂ ଟିମ ଶୁକ୍ରବାର ରାତିରେ ଗରୁଡବସା ଠାରେ ଚେକିଂ କରୁଥିବା ବେଳେ ସନ୍ଦେହ ହେବାରୁ ଓଡି -୧୧ଏମ -୫୨୧୬ନମ୍ବର ବିଶିଷ୍ଟ ମୋଟରସାଇକେଲ ଅଟକାଇ ଯାଞ୍ଚ ସମୟରେ ଛୋଟରାୟପୁର ଗାଁର କୃପାସିନ୍ଧୁ ବେହେରା ମଦ୍ୟପାନ କରିଥିବାର ଦେଖଥିଲେ l