ସଦର: ଉତ୍କଳ କରାଟେ ସ୍କୁଲରେ ୧୫ ତମ ସର୍ବଭାରତୀୟ କରାଟେ ପ୍ରତିଯୋଗିତା,କଳାହାଣ୍ଡିକୁ ୮ ସ୍ବର୍ଣ୍ଣ, ୧ ରୌପ୍ୟ,୬ କାଂସ୍ୟ ପଦକ
ଭୁବନେଶ୍ବରସ୍ଥିତ ଉତ୍କଳ କରାଟେ ସ୍କୁଲରେ ୧୫ତମ ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତା-୨୦୨୫ ଡିସେମ୍ବର ୩୦ ତାରିଖରେ ଉଦ୍ଯାପିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାକୁ ବିଭିନ୍ନ ବର୍ଗରେ ୧୫ ପଦକ ମିଳିଛି। ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୯ ଜଣ କରାଟେ ଛାତ୍ରଛାତ୍ରୀରେ ଭାଗ ନେଇ ଥିଲେ।ଲାଞ୍ଜିଗଡ ବ୍ଳକ ତଥା କଳାହାଣ୍ଡି ଜିଲ୍ଲାବାସୀ ଏହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।