ଆସିକା: ପାଣି ରେ ଭାସୁଛି ଧାନ,ଚିନ୍ତାରେ ଚାଷୀ,ହୁମୁକି,ଘଟକୁରି,ଖଣ୍ଡଦେଉଳୀ ,ଦେବଭୂମି ଅଞ୍ଚଳର ଧାନ ଫସଲ କ୍ଷତି ଅଭିଯୋଗ#jansamasya
Asika, Ganjam | Oct 30, 2025 ବାତ୍ୟା ମୋନ୍ଥା ଚାଲି ଯାଇଛି ସତ ହେଲେ ଚାଷୀ କୁ ଦେଇଯାଇ ଅଭୁଲା ଦୁଃଖ l ବର୍ଷ ଯାକର ପରିଶ୍ରମ କୁ ଧୋଇଦେଇଛି ପାଣି l ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ବାତ୍ୟା ପ୍ରଭାବ ରେ ଦୁଇ ଦିନ ଧରି ହୋଇଥିବା ବର୍ଷା ଓ ହାଲୁକା ପବନ କିଛି କିଛି ସ୍ଥାନରେ ଧାନ ଫସଲ କୁ ବେଶେଷ ପ୍ରଭାବ ପକାଇଛି l ଅମଳ ହେବାକୁ ଥିବା ଧାନ ଗଛ ମାଟିରେ ଲୋଟି ପଡିବା ସହ ଗଛ ଉପରେ ପାଣି ପ୍ରଭାବିତ ହେଉଛି l ଆମେ ପୂର୍ବରୁ ହୁମୁକି ଆଞ୍ଚଳର ଦୃଶ୍ୟ ପ୍ରସାରଣ କରିଥିବା ବେଳେ ସମାନ ଦୃଶ୍ୟ ବ୍ଲକ ର ଘଟକୁରି,ଖଣ୍ଡଦେଉଳୀ ,ଦେବଭୂମି ଭଳି ଅନେକ ସ୍ଥାନରେ ଦେଖିବାକୁ ମିଳିଛି l