କୋରାପୁଟ ଜ଼ିଲ୍ଲାରେ ଗତ ଡ଼ିସେମ୍ବର ମାସ ୧୧ ତାରିଖରେ ମଣ୍ଡି ଖୋଲିବା ପରେ ଆଜିକୁ ୧୪ ଦିନ ବିତି ଯାଇଥିଲେ ମଧ୍ୟ ମଣ୍ଡି ରୁ ଧାନ ଉଠୁନାହିଁ। ମଣ୍ଡିକୁ ମିଲର କିମ୍ବା କୌଣସି ଅଧିକାରୀ ମାନେ ଆସୁ ନାହାନ୍ତି। ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ମାନେ ଚାତକ ଭଳି ଚାହିଁ ରହିଥିଲେ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରି ପାରୁନଥିବା ନେଇ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଆଜି ଦିନ ୨ଟା ସମୟରେ ଦାବିପତ୍ର ଦେଲେ କୃଷକ କଲ୍ୟାଣ ମଞ୍ଚ।