ଚୌଦ୍ଵାରରେ ନିର୍ମାଣ ହେବ ୧୦ ଲକ୍ଷ ଲିଟର କ୍ଷମତାର ଜଳଭଣ୍ଡାର, ଶିଳାନ୍ୟାସ କଲେ ସାଂସଦ
ଚୌଦ୍ଵାର ପୌରପାଳିକାର ୧୦, ୧୮ ଓ ୧୯ ନମ୍ବର ୱାର୍ଡ଼ରେ ୩ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ୨୫ ମିଟର ଉଚ୍ଚତାର ୧୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଜଳଭଣ୍ଡାର। ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଶୌଭିକ ବିଶ୍ଵାଳଙ୍କ ଉପସ୍ଥିତିରେ ଏହାର ଶିଳାନ୍ୟାସ ହୋଇଛି।