ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ଅର୍ଚ୍ଚନା ନାଗ
ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ଼ ଆସିଛି। ଅର୍ଚ୍ଚନା ନାଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ଅଭିଯୋଗ ଦାଖଲ କରି ନିଜ ସହ ଅନ୍ୟାୟ ହୋଇଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବତନ ସରକାର ଓ ପୋଲିସ ମିଳିତ ଭାବେ ତାଙ୍କ ନାଁରେ ମିଛ ଅଭିଯୋଗ ରୁଜୁ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ।୨୦୨୨ରେ ଅର୍ଚ୍ଚନା ନାଗଙ୍କୁ ବ୍ଲାକମେଲିଂ ଓ ସେକ୍ସ ରାକେଟ୍ ଚଳାଇବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ମାମଲା ରାଜ୍ୟରେ ବେଶ୍ ଚର୍ଚ୍ଚାରେ ଥିଲା, ଯେଉଁଥିରେ ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା।