ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଓ୍ବାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା ହେବ,କଳିଙ୍ଗଷ୍ଟାଡିୟମରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
ଓ୍ବାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖରେ ଅନୁଷ୍ଠିତ ହେବ, ଯାହା ଆମ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ବୋଲି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ମତ ରଖିଛନ୍ତି। ଭାରତୀୟ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତାର ଆୟୋଜନ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରକୁ ବିଶ୍ଵ ସ୍ତରରେ ପରିଚିତ କରାଇବ ବୋଲି ସେ କହିଛନ୍ତି।