ଦେବଗଡ ଜିଲ୍ଲାରେ ବେଆଇନ ବାଲି ଚୋରାଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ବଣେଇ ଅଂଚଳରୁ ବେଆଇନ ଭାବେ ବାଲି ଆଣି ଦେବଗଡ ଦେଇ ଜମନକିରା ଅଂଚଳକୁ ଚୋରାଚାଲାଣ କରୁଥିବା ବେଳେ ୨ ଟି ହାଇୱା ଜବତ ହୋଇଥିବା ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଦେବଗଡ ଥାନା ପୋଲିସ ସହାୟତାରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଦେବଗଡ ପୌରାଂଚଳ ପୁରୁଣାଗଡ ଓଭରବ୍ରିଜ ଛକରେ ଚଢଉ କରାଯାଇଥିଲା । ଏଥିସହ ବାଲି ବୋଝେଇ ୨ ଟି ହାଇୱା (ଓଡି-୨୮-ଏ-୧୦୫୭ ଏବଂ ଓଡି-୨୮-ଏ-୩୮୯୯) ଯାଂଚ କରାଯାଇଥିବା ବେଳେ ବାଲି ଚାଲାଣ ନେଇ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ ।