ବଡସାହି: ଯଦୁନାଥପୁର, ଲିଟାସାହି, ଦାନ୍ତିଆମୁହାଁ ଓ ଶୁଖିଲାହାର ସାମିଲ ମହୁଲିଆରେ ଚଢାଉକରି ଚୋରା ଦେଶୀ ଓ ବିଦେଶିମଦ ସମେତ ୨ବାଇକ ଜବତ, ୪ଗିରଫ
ବେତନଟୀ ଅବକାରୀ ଥାନା ପକ୍ଷରୁ ମୋବାଇଲ ୟୁନିଟ ସହାୟତାରେ ଗୁରୁବାର ପୃଥକ ଭାବରେ ଚଢ଼ାଉକରି ଚୋରା ଦେଶି ଓ ବିଦେଶୀ ମଦ ସମେତ ଦୁଇଟି ବାଇକ ଜବତ ଘଟଣାରେ ଚାରିଜଣଙ୍କୁ ଗିରଫକରି ଗୁରୁବାର ଅପରାହ୍ନ ଚାରିଟାରେ କୋର୍ଟ ଚାଲାଣ କଲା ଅବକାରୀ ବିଭାଗ l ଅଭିଯୁକ୍ତମାନେ ହେଉଛନ୍ତି ଯଦୁନାଥପୁର ଗାଁର ଜିତେନ୍ଦ୍ର ବେହେରା,ଲିଟାସାହିର ପୁଟୁନ ସୋରେନ, ଦାନ୍ତିଆମୁହାଁର ଶୈଳେଶ ସିଂ ଓ ଶୁଖିଲାହାର ସାମିଲ ମହୁଲିଆର ଉମାକାନ୍ତ ବେହେରା l