୧୮ନଂ ଜାତୀୟରାଜପଥ ପାର୍ଶ୍ଵ ଗଡ଼ଗଡିଆ ଗ୍ରାମରେ ଚଢ଼ାଉକରି ବିପୁଳ ପରିମାଣର ଅଫିମଚୋପା ଜବତ ଘଟଣାରେ ରବିବାର ଅପରାହ୍ନ ଚାରିଟାରେ ବୈଶିଙ୍ଗା ଥାନା ପକ୍ଷରୁ ୫୧୮ନମ୍ବରରେ ମାମଲା ରୁଜୁକରି ପେଶାଦାର ଅଫିମଚୋପା ବ୍ୟବସାୟୀକୁ ଗିରଫ ପୂର୍ବକ ତଦନ୍ତ ଆରମ୍ଭ କରାଯାଇଛି l ଗିରଫ ଅଭିଯୁକ୍ତ ପେଶାଦାର ଅଫିମଚୋପା ବ୍ୟବସାୟୀ ଜଣକ ହେଉଛି ଗଡଗଡିଆ ଗ୍ରାମର କମଳାକାନ୍ତ ନାୟକ l କମଳାକାନ୍ତ ଏହି ବେଆଇନ ନିଶା କାରବାର କାମରେ ଦୀର୍ଘଦିନ ଧରି ଲିପ୍ତ ଥିଲା l