ପାଟଣାଗଡ଼ ଉଦ୍ୟାନକୃଷି କାର୍ଯାଳୟ ପରିସରରେ ଆମ୍ବଚାଷ ଉପରେ ଏକ ଉଦ୍ୟାନକୃଷି କର୍ମଶାଳାଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଉପଖଣ୍ଡ ରେ ପ୍ରାୟ ଏକହଜାର ହେକ୍ଟର ଜମିରେ ବିଭିନ୍ନକିସମର ଆମ୍ବଚାଷ ହୋଇଥିବା ବେଳେ ଆମ୍ବଅମଳ, ରୋଗପୋକ ନିୟନ୍ତ୍ରଣ ଓ ଖତସାର ବିଷୟରେ ଉପଖଣ୍ଡର ଆମ୍ବଚାଷୀ ମାନଙ୍କୁ ନେଇ ଏହି ଏକଦିବସିୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ପ୍ରଶିକ୍ଷକ ମାନେ ଚାଷୀଙ୍କୁ ଉନ୍ନତ ଆମ୍ବ ଚାଷ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।