ମୋରଡା ନିର୍ବାଚନମଣ୍ଡଳୀ ତଥା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଭାତଛତର ଜଙ୍ଗଲରୁ ରବିବାର ରାତି ସାଢେ୧୧ଟାରେ ବାହାରି ବ୍ୟାପକ ଫସଲ ନଷ୍ଟକଲେ ବଣୁଆ ହାତୀପଲ l ୨୦ରୁ ଉର୍ଦ୍ଧ୍ୱ ସଂଖ୍ୟା ବିଶିଷ୍ଟ ବଣୁଆ ହାତୀପଲ ଭାତଛତର ଜଙ୍ଗଲରେ ଅଟକି ଥିବାବେଳେ ରବିବାର ରାତିରେ ଜଙ୍ଗଲରୁ ବାହାରି ଜନବସତି ମୁହାଁ ଅଗ୍ରସର ହୋଇଥିଲେ l ବଣୁଆ ହାତୀପଲର ଗତିବିଧି ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ସଜାଗ ଗଜସାଥୀ ପ୍ରମୁଖ ହାତୀପଲର ଗତିପଥ ପରିଵର୍ତ୍ତନ କରାଇଥିଲେ l