ରବିବାର ବୌଦ୍ଧ ପୋଲିସ ବୌଦ୍ଧ ଥାନା ବଘିଆ ପଡା ଫାଣ୍ଡି ଅନ୍ତର୍ଗତ ଡଂଗା ଖୋଲ ଜଙ୍ଗଲରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରା ଯାଇଥିଲା l ଗ୍ରାମ ନିକଟ ଜଙ୍ଗଲରେ ହୋଇଥିବା ବ୍ୟାପକ ଗଞ୍ଜେଇ ଗଛକୁ କାଟି ନଷ୍ଟ କରା ଯାଇଛି | ଏ ସମ୍ପର୍କରେ ବୌଦ୍ଧ ଥାନାରେ NDPS ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ସୂଚନା ମିଳିଛି |