ତୁଳସୀଚୈରାସ୍ଥିତ ମିନି ଷ୍ଟାଡିୟମରେ ବୁଧବାର ଆୟୋଜିତ ବେତନଟୀ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବକୁ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହାର ବୁଧବାର ଅପରାହ୍ନ ପାଞ୍ଚଟାରେ ଉଦଯାପିତ ହୋଇଯାଇଛି l ସାଂସଦ ଖେଳ ମହୋତ୍ସବର ବେତନଟୀ ବ୍ଲକ ସଂଯୋଜକ ତଥା ମଣ୍ଡଳ ସଭାପତି ଜୀବନ ପରିଡ଼ାଙ୍କ ନେତୃତ୍ବରେ ଦୁଇଦିନିଆ ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l