ଆଜି ନଭେମ୍ୱର 17 ତାରିଖ, ଆଜି ଠାରୁ ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ ଥଣ୍ଡର। ଅବକାରୀ ଆଇନ ସହ ଜଡିତ ଥିବା ସମସ୍ତ ନିଶା ଦ୍ରବ୍ୟ ଉପରେ ଚାଲିବ ଏହି ଚଢାଉ। ଏସ ପି ଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶ ସବୁ ଥାନାରେ ପହଞ୍ଚିଛି। ଥାନା ବାବୁଙ୍କୁ ଜିରୋ ଟଲେରାନସ୍ ହୋଇ ଆକ୍ସନ ନେବାକୁ ସତର୍କ କରା ଯାଇଛି। ଏହି କ୍ରମରେ ଆଜି ଧରୁଆ ଡିହି ପୋଲିସ ଅପରେସନ ଥଣ୍ଡରରେ ଜଣେ ଅଭିଯୁକ୍ତଙ୍କୁ ଅମଶ ରଙ୍ଗା ନିକଟରୁ ଗିରଫ କରିବା ସହ ତା ନିକଟରୁ 20 ବୋତଲ ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲା - ଟିକେଶ୍ୱର ନେଟି।