କୋରାପୁଟ ସହର: କୋରାପୁଟ ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ , ଯୋଗଦେଲେ ବିଧାୟକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ ହୋଇଯାଇଛି। କୋରାପୁଟ ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ସେପ୍ଟେମ୍ବର ୧୭ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ଏଥିରେ ୨୯ ହଜାର ସ୍କ୍ରିନିଙ୍ଗ ଓ ୩ ହଜାରରୁ ଊର୍ଦ୍ଧ୍ବ ସ୍ବାସ୍ଥ୍ୟ କ୍ୟାମ୍ପ୍ ଆୟୋଜନ କରାଯିବ ବୋଲି ଜଣାପଡିଛି । ଯେଉଁମାନେ ଟିବି, ଏନସିଡି, ରକ୍ତହୀନତା ଏବଂ କର୍କଟ ରୋଗର ସ୍କ୍ରିନିଂ କରିବେ।