ଆଜି ଅକ୍ଟୋବର 26 ତାରିଖ ଅପରାହ୍ନ 4:30 ସମୟରେ ଧରୁଆ ଡିହି ଥାନା ତୁମେଲ ବୁଡ ଓ ଅମସ ରଙ୍ଗା ର ଶତାଧିକ ମହିଳା ଏକତ୍ରିତ ହୋଇ ସେମାନଙ୍କ ଗାଁକୁ ମଦ ଶୂନ୍ୟ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ସେମାନେ ଧରୁଆ ଡିହି ପୋଲିସକୁ ଅବଗତ କରିବା ସହ ପୋଲିସ ଉପସ୍ଥିତିରେ ଏକ ରାଲି ଶୋଭାଯାତ୍ରାରେ ମଦୁଆ, ମଦ ପ୍ରସ୍ତୁତ କାରୀ ଓ ମଦ ବିକ୍ରେତାଙ୍କ ସତର୍କ କରାଇଛନ୍ତି। ଗାଁରେ ଯେପରି କେହି ଏହି ବେଆଇନ କାରବାରରେ ଲିପ୍ତ ନ ରୁହନ୍ତି ସେଥି ପ୍ରତି ସଚେତନ ରହିବାକୁ ଚେତାବନୀ ଦେଇଛନ୍ତି। ଯଦି କେହି ଏପରି କାମ କରୁଥିବା ନଜରକୁ ଆସନ୍ତି ତେବେ ତାଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ