ବାଲେଶ୍ବର ମ୍ୟୁନିସିପାଲଟି: ପୌରପାଳିକା ୨୮ ନମ୍ବର ୱାର୍ଡର ଦର୍ଜୀପୋଖରୀ ଓ ବୁଦ୍ଧ ବିହାରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କଲେ ସଦର ବିଧାୟକ
ଶନିବାର ପୂର୍ବାହ୍ନ ୧୦ ଟାରେ ବାଲେଶ୍ୱର ପୌରପାଳିକା ୨୮ ନମ୍ବର ୱାର୍ଡର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ମାନସ କୁମାର ଦତ୍ତ,ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ସବିତା ସାହୁ,୨୮ ନମ୍ବର ୱାର୍ଡର କାଉନସିଲର ଗୌରୀ ଦାଶ ପ୍ରମୁଖ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଏଥିରେ ରାଣୀପାଟଣା ଦର୍ଜି ପୋଖରୀ ସ୍ଥିତ ଗୟା ପ୍ରସାଦ ଜେନାଙ୍କ ଘର ଠାରୁ ଖିଲାର ବାବୁଙ୍କ ଘର ପର୍ଯ୍ୟନ୍ତ ରାସ୍ତା,ନାଳ ଓ ସ୍ଲାବ ଗୋପାଳଗାଁ ବୁଦ୍ଧବିହାର ରାସ୍ତାର ଶିଳାନ୍ୟାସ କରାଯାଇଛି।