ଆଜି ଅକ୍ଟୋବର 29 ତାରିଖ ବୁଧବାର ସନ୍ଧ୍ୟା 5 ଟା ପାଖାପାଖି ସମୟରେ ପୌରପାଳିକା ସଫେଇ କର୍ମ ଚାରୀମାନେ ଟାଉନ ଥାନା ପରିସରରେ ମାରାଥନ ଷ୍ଟାଇଲ ରେ ସଫା କରିଛନ୍ତି। ସନ୍ଧ୍ୟା 5:15 ରେ ଆରମ୍ଭ ହେବାକୁ ଥିବା ସାଇବର ସଚେତନତା ରେ ଅଂଶ ଗ୍ରହଣ କରିବାକୁ ଆସି ହଠାତ ଏହି ପଦକ୍ଷେପ ନେଇଛନ୍ତି। ବାତ୍ୟା ମୋନ୍ଥାର ପ୍ରଭାବରେ ସାରା ଥାନା ପରିସରରେ ଆବର୍ଜନା ଭରିଥିଲା । ଏହି ଘଟଣା ପୌରପାଳିକା ଅଧୀନରେ ସଫେଇ କରୁଥିବା ଏହି କର୍ମ ଚାରୀଙ୍କ ନଜରକୁ ଆସିବା ମାତ୍ରେ ସେମାନେ ନିମିଷକ ମଧ୍ୟରେ ସାରା ପରିସରକୁ ସଫା କରି ପୁଣି ସମସ୍ତଙ୍କ ପ୍ରିୟ ଭାଜନ ହୋଇଛନ୍ତି ।