କୋରାପୁଟ ସହର: ଦଶମନ୍ତପୁର ବ୍ଳକ ସରକାରୀ ନୋଡାଲ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ ଶ୍ରେଣୀ କକ୍ଷ ଠାରେ ଆଜି ଦିନ ୨ଟା ସମୟରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତି ଖୋସଲାଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ମିଲନ କୁମାର ଝାଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ସୂଚନା ମୁତାବକ ଆଜିର ବିଜ୍ଞାନ ମେଳାରେ ବ୍ଲକର ୧୪ ଟି ସ୍କୁଲର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାର ପ୍ରକଳ୍ପ ନିର୍ମାଣ କରି ପ୍ରଦର୍ଶିତ କରିଥିଲେ।