ଗତ ଶନିବାର ଠାରୁ ବଡସାହିଥାନା ଅଧୀନ କେନ୍ଦୁଡିହା ଉପକଣ୍ଠ ହଳଦୀପଦା ଗାଁର ଡାକବିଭାଗରେ କାର୍ଯ୍ୟରତ ଯୁବକ ନିଖୋଜ ଥିବାବେଳେ ମଙ୍ଗଳବାର ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ କାଠପାଳ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜବତକରି ଶଵ ବ୍ୟବଚ୍ଛେଦ ପରେ ମଙ୍ଗଳବାର ଅପରାହ୍ନ ତିନିଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ବେତନଟୀ ପୁଲିସ। ମୃତକ ଜଣକ ହେଉଛନ୍ତି ହଲଦୀପଦା ଗ୍ରାମର ନରେଶ ନାଏକଙ୍କ ୨୬ବର୍ଷୀୟ ପୁଅ ଶିବଶଙ୍କର ନାଏକ l